ବାପା ବି ସୁରାକ ପାଇବେ ନାହିଁ ଦିନେ ହଠାତ୍ ବାପାଙ୍କ ପାଖରୁ ଫୋନ୍ ପାଇଲି, ସେ ବୋଉକୁ ଧରି ମୋ ପାଖକୁ ଆସୁଛନ୍ତି । ଭୁବନେଶ୍ୱର ଅଫିସରେ ତାଙ୍କର କ’ଣ ଗୋଟାଏ ତିନି ଦିନିଆ ପ୍ରୋଗ୍ରାମ ଅଛି । ଫୋନ୍ ପାଇ ମୁଁ ଟିକିଏ ବ୍ୟସ୍ତ ହୋଇ ପଡିଲି । ଗାଆଁରେ ବୋଉ ସାଙ୍ଗରେ ଯାହା ଘଟିଚି ସେଥିପାଇଁ ବୋଉକୁ କେମିତି ସାମନା କରିବି ମୁଁ ଭାବି ପାରୁ ନଥିଲି । ସଂଧ୍ୟା ବେଳେ ବାପା ବୋଉକୁ ଧରି ଆସି ପହଂଚିଲେ । ମୋତେ ଚାହିଁ ବୋଉ ଖାଲି ମୁରୁକି ମୁରୁକି ହସୁଥିଲା । ଏକୁଟିଆ ଦେଖି ବୋଉ ପଚାରିଲା – କ’ଣ କିରେ? ଦିଇ ମାସ ହେଲାଣି କାହିଁକି ଘରକୁ ଯାଉ ନ ଥିଲୁ । ଯିବାକୁ ସମୟ ମିଳୁ ନ ଥିଲା ନା ମନ ହେଉ ନ ଥିଲା । ମୁଁ ଟିକିଏ ଥତମତ ହୋଇ ତା ଆଡୁ ମୁହଁ ଫେରାଇ ହସିବା ପାଇଁ ଚେଷ୍ଟା କଲି । ବୋଉ ଟିକିଏ ନୀରବ ରହି କହିଲା – ତୋର କିନ୍ତୁ ଭାରି ସାହସ । ମୁଁ କିଛି କହିଲି ନାହିଁ । ବୋଉ ଟିକିଏ ହସି ଦେଇ କହିଲା – କ’ଣ, ତୋର ବୋଉ କଥା ମନେ ପଡୁ ନଥିଲା । ହଁ, ଆଉ କାହିଁକି ମନେ ପଡିବ । ମୁଁ କହିଲି – ବୋଉ, ତୋ କଥା ଖୁବ୍ ମନେ ପଡୁଥିଲା । ହେଲେ ତୋ ଆଗକୁ ଯିବାକୁ ମୋର ସାହସ ହେଉ ନ ଥିଲା । ତୁ କୋଉ ମୋ କଥା ମନେ ପକୋଉ ଥିଲୁ ଯେ । ସେଦିନୁ ଥରଟିଏ ବି ତ ଫୋନ୍ କରିନୁ । ବୋଉ ତୁ ମୋ ଉପରେ ରାଗିଚୁ, ନୁହେଁ? ବୋଉ କହିଲା – ହଁ, ମୁଁ ତୋ ଉପରେ ବହୁତ ରାଗଚି । ତାପରେ ମୋ ମୁହଁକୁ ଚାହିଁ ହସିଦେଇ କହିଲା – ହଉ, କାଲି ଠାରୁ ତୋ ବାପାଙ୍କର ତାଙ୍କ ଏ...